Odisha Link
Bridging the Missing Links in Odisha

ସମ୍ବଲପୁରରେ ନକଲି ସର୍ଫ ଏକ୍ସେଲ ଗୋଦାମ ଠାବ

ସମ୍ବଲପୁର: କଟକ ପରେ ଆଜି ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ। ଅଇଁଠାପାଲି ପୋଲିସ ବରେଇପାଲି ନୂଆପଡ଼ା ସ୍ଥିତ ନକଲି କାରଖାନା ଉପରେ ଚଢ଼ାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍‌ ସର୍ଫ ଜବତ କରିଛି।

ପ୍ରକାଶ ଯେ, ସମ୍ବଲପୁର ପୋଲିସ ନକଲି ସର୍ଫ ତିଆରି କରୁଥିବା ଆଶିଷ ଅଗ୍ରଓ୍ବାଲଙ୍କ ଠାରୁ ୨୩୯ ବ୍ୟାଗ୍‌ ଜବତ କରିଛି। ଗୋଟିଏ ବ୍ୟାଗ୍‌ ଟେଷ୍ଟ ପରେ ନକଲି ହେବାରୁ ବାକି ସବୁ ୨୩୯ ବ୍ୟାଗକୁ ଟେଷ୍ଟ ପାଇଁ ପଠାଇବ ପୋଲିସ। ହିନ୍ଦୁସ୍ଥାନ ଲିବରର ସର୍ଫ ଏକ୍ସେଲ ବ୍ରାଣ୍ଡିଂର ପ୍ୟାକେଜିଂ କରି ସର୍ଫ ବିକ୍ରି କରାଯାଉଥିଲା। ଜବତ ସବୁ ପେକେଟରୁ ସର୍ଫ ଏକ୍ସେଲର ବ୍ରାଣ୍ଡିଂ କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି, ଅଇଁଠାପାଲି ଥାନା ଅଧିକାରି, ଖେତରାଜପୁର ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି।

Comments are closed.