Odisha Link
Bridging the Missing Links in Odisha

କରୋନା ଟିକା: ଓଡ଼ିଶାରେ ୮୧ ପ୍ରତିଶତ, ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ନେଲେ ଟିକା

ଭୁବନେଶ୍ବର: ଆଜିଠାରୁ ଦେଶସାର ଆରମ୍ଭ ହୋଇଛି ଟିକାକରଣ। ଟିକାକରଣ ପ୍ରଥମ ଦିନରେ ଓଡ଼ିଶାରେ ହୋଇଛି ୮୧ ପ୍ରତିଶତ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି।

ଓଡ଼ିଶାରେ ଟକାକରଣ ଟାର୍ଗେଟର ୮୧ ପ୍ରତିଶତ ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ତରଫରୁ ପ୍ରେସ୍ ନୋଟ୍ ଜରିଆରେ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି। ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି। ସେପଟେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି।

ବ୍ରହ୍ମପୁରର ସିଟି ହସ୍ପିଟାଲର ଡାକ୍ତରଙ୍କ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହୋଇଥିଲେ ନବୀନ। ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ନେଇ ଆସିଛି। କୋଭିଡ଼ ଟିକାକରଣ ଆରମ୍ଭ ହୋଇଛି। କରୋନା ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି। କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ହେବ ନାହିଁ। କରୋନା ଟିକାକରଣକୁ ନେଇ ଖୁସି ଜାହିର କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.