Odisha Link
Bridging the Missing Links in Odisha

୪ ରାଜ୍ୟ ସହ ରହିଛି ସୀମା ବିବାଦ: ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ସୀମା ବିବାଦ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ସୀମା ବିବାଦ ରହିଛି।

କୁଟିଆ ଗ୍ରାମପୁଞ୍ଜର ବର୍ତ୍ତମାନ ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଛି। ବାଲେଶ୍ୱର ସୁବର୍ଣ୍ଣରେଖା ନଦୀର ଧାର ପରିବର୍ତ୍ତନରୁ ସମସ୍ୟା ସୃଷ୍ଟି ହେଉଛି। ଝାରସୁଗୁଡ଼ାରେ ବି ସମସ୍ୟା ରହିଛି। ସେ ସମ୍ପର୍କରେ ଆଗାମୀ ବୈଠକରେ ଆଲୋଚନା ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ତେବେ ସୀମା ବିବାଦକୁ ନେଇ ଆମେ ସଚେତନ ଅଛୁ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି। ଅନ୍ୟପକ୍ଷରେ ଗୃହ କମିଟି ସୁପାରିସ କାର୍ଯ୍ୟକାରୀ ହେଉନି ବୋଲି ମୋହନ ମାଝୀ କହିଛନ୍ତି।