ବିଜେପି ନେତା ଓ ଆର୍ଡ଼ିସିଙ୍କ ମଧ୍ୟରେ ଆଲୋଚନା

ସମ୍ବଲପୁର: ସମ୍ବଲପୁରରେ ବିଜେପିର ବିକ୍ଷୋଭ ଓ ଥାନାରେ ବସି ରହିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମଣ୍ଡି ସମସ୍ୟାକୁ ନେଇ ଆରଡିସି କାର୍ଯ୍ୟାଳୟରେ ଆଲୋଚନା କରୁଛନ୍ତି ବିଜେପି ନେତା। ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରୁଛନ୍ତି ୯ ଜଣିଆ ପ୍ରତିନିଧି ଦଳ। ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା।
ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ। ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗତକାଲି ଅପରାହ୍ନରୁ ଛାଡି ଦେଇଛି ପୁଲିସ। ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ। ଏବେ ଆରଡିସିଙ୍କ ସହ ଆଲୋଚନା କରିବା ପରେ କଣ ନିଷ୍କର୍ସ ବାହାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।