Odisha Link
Bridging the Missing Links in Odisha

ପ୍ରସିଦ୍ଧ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କର ପରଲୋକ ହୋଇଛି। ଭଜନ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନରେନ୍ଦ୍ର। ‘ଚଲୋ ବୁଲାୱା ଆୟା ହୈ’ କିମ୍ବା ‘ଓ ଜଙ୍ଗଲ କେ ରାଜ ମେରି ମେୟା କୋ ଲେକେ ଆଜା’ ଗୀତ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା।

ମୃତ୍ୟୁବେଳଙ୍କୁ ନରେନ୍ଦ୍ର ଚଞ୍ଚଲଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ମାସ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଦ୍ୱିପହର ୧୨.୧୫ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ପ୍ରସିଦ୍ଧ ଭଜନ ସହିତ ହିନ୍ଦୀ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି।

Comments are closed.