Odisha Link
Bridging the Missing Links in Odisha

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ନୂଆଦିଲ୍ଲୀ: ବିଶ୍ବକୁ ଘାରିଛି କରୋନା ଭୟ ହେଲେ ଏହାର ମୁକାବିଲା କରିଛି ଭାରତ। ଦେଶ ସାରା କୋଭିଡ଼ ଟିକାକରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି ଯେ, ୨୦୨୧ ଟକାର ଶୁଭରେ ଆରମ୍ଭ ହୋଇଛି। ଭାରତରେ ଏବେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଜାରି ରହିଛି। ଭାରତ ଏବେ ଦୁଇଟି ସ୍ୱଦେଶୀ ଟିକା ବିକଶିତ କରିବା ସବ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଇ ଦେଉଛି।

ବାରଣାସୀରେ ପ୍ରଥମ ଦଫାରେ ପ୍ରାୟ ୨୦ ହଜାର ଲୋକଙ୍କୁ କରୋନା ଟିକା ଦେବା ପାଇଁ ୧୫ଟି କେନ୍ଦ୍ର କରାଯାଇଛି। ଠିକ୍‌ ସେହିପରି ସମ୍ବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ଟିକା ପ୍ରସ୍ତୁତ ନହେବା ଆଗରୁ ରାଜନୈତିକ ଚାପ ପଡୁଥିଲା, ବିରୋଧୀ କହୁଥିଲେ, ଟିକା କାହିଁକି ପ୍ରସ୍ତୁତ ହୋଇପାରୁନାହିଁ, ହେଲେ ତାହାର ଜବାବ ଦେବା ବଦଳରେ ସରକାର ବୈଜ୍ଞାନିକଙ୍କ କଥାକୁ ଶୁଣିବା ଠିକ ବୋଲି ବିଚାର କରିଥିଲେ। ସେହିପରି ବାରଣାସୀରେ ଟିକା ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ। ଟିକା ନେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ରହିଛ। ସେନେଇ ପଚାରି ବୁଝିଥିଲେ।

Comments are closed.