Odisha Link
Bridging the Missing Links in Odisha

ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଲୋକେ

ମୟୂରଭଞ୍ଜ: ହାତୀ ଉପଦ୍ରବ ନେଇ ଲୋକଙ୍କ ରୋଷର ଶିକାର ହେଲେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ। ଏହାର ରାଗ ସୁଝାଇବାକୁ ଯାଇ ବିଧାୟିକାଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ।

ଦୁଧିଆଣି ରେଞ୍ଜ ଅଫିସ ଘେରାଉ କରିବା ସହ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ଖବର ପାଇ କରଞ୍ଜିଆ ବିଧାୟିକା ଘଟଣାସ୍ଥଳକୁ ପହଞ୍ଚଥିଲେ। ହେଲେ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଲୋକେ ବିଧାୟିକାଙ୍କୁ ଜାତୀୟ ରାଜପଥରେ ଚଲାଇ ଚଲାଇ ନେଇ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲାଇ ଦେଖାଇଥିଲେ। ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ହାତୀପଲଙ୍କୁ ଘୋଡ଼ାଇବାକୁ ଦାବି ରଖିଛନ୍ତି ସ୍ଥାନୀୟ ବାସିନ୍ଦା।

Comments are closed.