ଫେବ୍ରୁଆରୀ ପହିଲାରୁ ହାଉସଫୁଲ୍ ହେବ ସିନେମା ହଲ୍

ନୂଆଦିଲ୍ଲୀ: ସିନେ ପ୍ରେମୀଙ୍କ ପାଇଁ ଭଲ ଖବର। କାରଣ ହାଉସଫୁଲ ହେବ ସିନେମା ହଲ୍। ଫେବ୍ରୁଆରୀ ପହିଲାରୁ ଅର୍ଥାତ ଆସନ୍ତାକାଲିଠାରୁ ଶତ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ୍। ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ।
କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ବନ୍ଦ ଥିଲା ସିନେମା ହଲ୍ । ଗତ ଅକ୍ଟୋବର ମାସରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ହଲ୍ ଖୋଲିବାକୁ ଅନୁମତି ମିଳିଛି। ତେବେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ହଲ୍ ବାହାରେ, ଅପେକ୍ଷାଗୃହରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରସ୍ପରଠାରୁ ୬ ଫୁଟ୍ ଦୂରତା ବଜାୟ ରଖିବା ସହ ଫେସ୍ କଭର କିମ୍ବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।