ଏଥର ବହୁତ କମ ପୋଷ୍ଟର ଲାଗିଥିଲା: ଅପରାଜିତା

ଭୁବନେଶ୍ୱର: ବିଜେପି ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଛନ୍ତି। ସାସଂଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଏଥର ବହୁତ କମ ପୋଷ୍ଟର ଲାଗିଥିଲା। ଆଗକୁ ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ। ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଏଭଳି କହିଛନ୍ତି ଅପରାଜିତା।
ସେ ଆହୁରି କହିଛନ୍ତି ଯେ, ସଂସଦ ଅଧିବେଶନରେ ଥିଲି। ଯିଏ ନିଖୋଜ ପୋଷ୍ଟର ଲଗାଇଛନ୍ତି ତାଙ୍କୁ ଧନ୍ୟବାଦ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପାଇଁ ମାର୍ଚ୍ଚ ୮ରୁ ଏପ୍ରିଲ ୮ ସଂସଦରେ ରହିବି। ସେଠାରେ ମୋତେ କହିବାକୁ ପଡ଼ିବ। ଏହା ମୋ ଦାୟିତ୍ୱ। ମାର୍ଚ୍ଚ ୮ରୁ ଏପ୍ରିଲ ୮ଯାଏଁ ପ୍ରତି ଗଳିରେ ପୋଷ୍ଟର ଲଗାନ୍ତୁ। ଏଥର ବହୁତ କମ୍ ପୋଷ୍ଟର ଥିଲା।