ମହାନଦୀକୁ ଡେଇଁଲେ ମହିଳା

କଟକ: ଯୋବ୍ରା ଆନିକଟରୁ ମହାନଦୀକୁ ଡେଇଁଲେ ମହିଳା। ଉକ୍ତ ମହିଳାଙ୍କୁ ଉଦ୍ଧାର ପରେ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳା ଜଣଙ୍କ ଡ଼େଇଁବା ସମୟରେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ।
ମହିଳା ଜଣଙ୍କ କାହିଁକି ଡେଇଁଲେ ତାହା ଜଣାପଡିନାହିଁ। ପାରିବାରିକ କହଳ କିମ୍ବା ମାନସିକ ଭାରସାମ୍ୟ ହରାଇ ଡେଇଁ ପଡିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ମହିଳା ଡେଇଁବା ସମୟରେ ପାଖରେ ଥିବା ଏକ ମାଛ ଧରା ରଶି ପଡିଥିଲା। ତାହା ସାହାର୍ଯ୍ୟରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।