ଦେଶରେ କରୋନା: ଏହି ସହରକୁ ପୁଣି ଫେରିଲା ଲକ୍-ଡାଉନ୍

ମହାରାଷ୍ଟ୍ର: କରୋନା କାୟା ପୁଣି ଦିନକୁ ଦିନ ବିଢିବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁରକୁ ସମ୍ପୂର୍ଣ୍ଣ ଲକ-ଡାଉନ୍ କରାଯାଇଛି। ଏନେଇ ମନ୍ତ୍ରୀ ନିତିନ ରାୱତ ଆଜି ଏହାର ଘୋଷଣା କରିଛନ୍ତି। ନାଗପୁରରେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ରହିବ। କୌଣସି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବ ନାହିଁ, ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
ତେବେ ନାଗପୁରରେ ଗତ ବୁଧବାର ଦିନ ୧୭୧୦ ନୂଆ ମାମଲା ସାମ୍ନାକୁ ଆସିଥିଲା। ୧୭୩ ଦିନ ପରେ ଏହା ଥିଲା କରୋନାର ସର୍ବାଧିକ ରେକର୍ଡ ମାମଲା। ନାଗପୁର ନଗର ନିଗମ ବୁଧବାର ଦିନ କହିଥିଲେ ଯେ, ‘କରୋନାର ନୂଆ ମାମଲାରେ ମହିଳା ଓ ୨୦ରୁ ୪୦ ବୟସର ଲୋକେ ସଂକ୍ରମିତ ହେଉଛନ୍ତି। ଲୋକମାନେ କରୋନାକୁ ହାଲକାରେ ନେଉଥିବା ନଗର ନିଗମ ପ୍ରଶାସନ କହିଛନ୍ତି।
ପୂର୍ବରୁ ମାର୍ଚ୍ଚ ୯ ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଥାନେ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ କରାଯାଇଥିବା ୧୬ଟି କୋଭିଡ୍-୧୯ ହଟସ୍ପଟ ଅଞ୍ଚଳରେ ସଂପୂର୍ଣ୍ଣ ଲକ୍-ଡାଉନ୍ ଘୋଷଣା କରାଯାଇଛି। ଆଗକୁ କୋଭିଡ୍-୧୯ ହଟସ୍ପଟ ସଂଖ୍ୟାରେ ବୃଦ୍ଧି ସହ ସଂକ୍ରମଣ ଅଧିକ ଅଞ୍ଚଳକୁ ବ୍ୟାପିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।