ବାଇକ୍ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ୨ ଜୀବନ

କେନ୍ଦୁଝର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ଥାନା ଛକ ବାଇପାସ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଟ୍ରକ ଚଢ଼ିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟା ୬ଟାରେ ଗମ୍ଭାରିଆ ଗାଁର କର୍ଣ୍ଣ ନାଏକ ଓ ତାଙ୍କ ଜଣେ ବନ୍ଧୁ ଏକ ମଟୋର ସାଇକେଲରେ ରାସ୍ତା ପାର ହେଉ ଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିଲା।
ଘଟଣା ସ୍ଥଳରେ କର୍ଣ୍ଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଏଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।