ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ

ନୂଆଦିଲ୍ଲୀ: ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ। ଏହି ଘଟଣାଟି ଚୀନର ବେଜିଙ୍ଗରେ ଘଟିଛି। ଲୋକମାନେ ଯାତାୟତ କଲା ସମୟରେ ହେଡଲାଇଟ ଲାଗାଇ ଯାତାୟତ କରୁଛନ୍ତି। ଧୂଳି ଝଡ଼ ପାଇଁ ୪୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ଏହି ଧୂଳି ଝଡ଼ ପରେ ବାୟୁ ସ୍ତର ୫୦୦ଅତିକ୍ରମ କରିଛି।
୧୦ବର୍ଷ ପରେ ପୁଣି ଥରେ ଚୀନବାସୀ ଏଭଳି ଭୟଙ୍କର ଧୂଳି ଝଡ଼ ଦେଖିଛନ୍ତି। ଏହି ଧୂଳି ଝଡ଼ ଡାକ୍ତର ଏବଂ ବୈଜ୍ଞାନିକମାନେ ସବୁଠାରୁ ସାଂଘାତିକ ବୋଲି କହିଛନ୍ତି।
ଚୀନ ପାଣିପାଗ ବିଭାଗ ସୋମବାର ବେଜିଂ ଏବଂ ଏହାର ଆଖପାଖ ଅଞ୍ଚଳରେ ୟେଲୋ ୱାର୍ଣ୍ଣି ଜାରି କରିଛି। ଏହି ଧୂଳି ମଙ୍ଗୋଲିଆରୁ ଆରମ୍ଭ ହୋଇ ଗାନସୁ, ଶାନସି ଏବଂ ହେବାଇ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କହିଛି ଚୀନ ପାଣିପାଗ ବିଭାଗ।