Odisha Link
Bridging the Missing Links in Odisha

ବିଧାନସଭା: ପଞ୍ଚମ ଦିନରେ ବି ସମାନ ସ୍ଥିତି, ଦିନ ୧୨ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗ ନେଇ ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ଶାସକ-ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ। ବିରୋଧୀ ଓ ଶାସକ ମୁହାଁମୁହିଁ ଫଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି।

ଅଧା ମିନିଟ ଗୃହକାର୍ଯ୍ୟ ଆରମ୍ଭ ହୋଇ ମୁଲତବୀ ମୋଡକୁ ଚାଲି ଯାଉଛି। ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ନାରାବାଜି ଓ ହଟ୍ଟଗୋଳ କାରଣରୁ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି।

ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବା ପ୍ରସଙ୍ଗ ଏବଂ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ନେଇ ଜିଦରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ଫଳରେ ଲଗାତର ୫ ଦିନ ଲାଗି ବିଧାନସଭା ଅଚଳ ହୋଇଛି।

ଗୃହକାର୍ୟ୍ୟ ଆରମ୍ଭ ହୋଇ ମୁଲତବୀ ମୋଡକୁ ଯାଉଛି। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି। ଗୃହକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ ମାରିଛି।