କମିଲା ସୁନା ଦର, କେତେ ଜାଣନ୍ତୁ

ନୂଆଦିଲ୍ଲୀ: ପୁଣି କମିଲା ସୁନା ଦର। ଗୁଡ ରିଟର୍ନ ଅନୁସାରେ ଆଜି ୨୨ କ୍ୟାରେଟ ସୁନାର ଗ୍ରାମ୍ ପ୍ରତି ଦର ୧୨ ଟଙ୍କାକୁ ଖସିଛି। ଫଳରେ ୧୦ ଗ୍ରାମ୍ ସୁନା ଦର ୪୩ ହଜାର ୯୨୦ରୁ ଖସି ୪୩ ହଜାର ୮୦୦ରେ ପହଞ୍ଚିଛି।
ଏଥିସହ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପ୍ରତି ୧୨୦ ଟଙ୍କା କମିଛି। ଯାହା ପରେ ଏହାର ମୂଲ୍ୟ ୪୪ ହଜାର ୮୦୦ ରହିଥିବା ବେଳେ ଗତକାଲି ଏହାର ଦାମ୍ ୪୪ ହଜାର ୯୨୦ ଥିଲା।
ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୪ ହଜାର ୨୦୦ ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୮ ହଜାର ୨୨୦ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୩ ହଜାର ୮୦୦ ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୪ ହଜାର ୮୦୦ ରହିଛି।
ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୨ ହଜାର ୧୨୦ ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୫ ହଜାର ୯୫୦ ରହିଛି। କୋଲକାତାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୪ ହଜାର ୫୪୦ ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୪୭ ହଜାର ୨୧୦ ରହିଛି।