Odisha Link
Bridging the Missing Links in Odisha

ପିପିଲି: ବନ୍ଦ ହେବ ଉପନିର୍ବାଚନ!

ନିୟମ ଅନୁସାରେ ଜଣେ ପ୍ରାର୍ଥୀଙ୍କର ଦେହାନ୍ତ ହେଲେ ନିର୍ବାଚନ ସ୍ଥଗିତ ହୁଏ। ତେବେ ଏ ନେଇ ନିର୍ବାଚନ ଆୟୁକ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ନେଇ ଏବେ ଅନିଶ୍ଚିତତା ଘେରରେ ଅଛନ୍ତି ନେତା ଓ କର୍ମୀ। ଆସନ୍ତାକାଲି ହେଉଛି ପ୍ରଚାରର ଶେଷଦିନ। ଏଭଳି ପରିସ୍ଥିତିରେ ହଠାତ ଆଜି ପିପିଲିରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ହୋଇଯାଇଥିବାରୁ ନିର୍ବାଚନ ହେବା ନହେବା ନେଇ ଚର୍ଚ୍ଚା ଜାରିରହିଛି।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ପୂର୍ବାହ୍ଣରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ବିଜେଡି ଓ ବିଜେପିର ବହୁ ନେତା ନିର୍ବାଚନ ପ୍ରଚାର ଛାଡ଼ି ସଂଧ୍ୟାରେ ଡାକ୍ତରଖାନାରେ ପହଞ୍ଚିଛନ୍ତି।

ଗତ ସପ୍ତାହରେ ନିର୍ବାଚନ ପ୍ରଚାର ବେଳେ ବାଇକ୍‌ ଶୋଭାଯାତ୍ରାରେ ଯିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଅଜିତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନିୟମ ଅନୁସାରେ ଜଣେ ପ୍ରାର୍ଥୀଙ୍କର ଦେହାନ୍ତ ହେଲେ ନିର୍ବାଚନ ସ୍ଥଗିତ ହୁଏ। ତେବେ ଏ ନେଇ ନିର୍ବାଚନ ଆୟୁକ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।