Odisha Link
Bridging the Missing Links in Odisha

ପୁରୀରେ ତିଆରି ଚାଲିଛି ଅତ୍ୟାଧୁନିକ କ୍ରୀଡ଼ାଙ୍ଗନ

ଏଠାରେ ହେଉଥିବା କ୍ରିକେଟ୍‌ ଷ୍ଟାଡିୟମରେ ୧୫ ଶହ ଜଣ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ହେଉଛି।

ପୁରୀ: ପୁରୀରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଏକ କ୍ରିକେଟ୍‌ ଷ୍ଟାଡିୟମ୍‌ ସମେତ ବିଭିନ୍ନ ଆଥଲେଟିକ୍‌ କ୍ରୀଡ଼ା କ୍ଷେତ୍ର ନିର୍ମାଣ ହେଉଛି।

୧୦ ଏକର ଜମି ପରିମିତ ଏହି କମ୍ପ୍ଲେକ୍ସ ନିର୍ମାଣରେ ୪୫ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଠାରେ ହେଉଥିବା କ୍ରିକେଟ୍‌ ଷ୍ଟାଡିୟମରେ ୧୫ ଶହ ଜଣ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ହେଉଛି। ଏଠାରେ ଦିବାରାତ୍ର ଖେଳ ହେବା ଲାଗି ଫ୍ଲଡ୍‌ଲାଇଟ୍‌ ବ୍ୟବସ୍ଥା ରହୁଛି।

ଏହା ଭିନ୍ନ ଏଠାରେ ଏକ ସ୍ବିମିଂ ପୁଲ୍‌ ମଧ୍ୟ ନିର୍ମାଣ ହେଉଛି। ଏଠାରେ ୪୦୦ ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ଏଠାରେ ୩୫୦ ଦର୍ଶକ ବସିବା ଭଳି ଏକ ଇଣ୍ଡୋର୍‌ କ୍ରୀଡ଼ାକ୍ଷେତ୍ର ମଧ୍ୟ ରହିଛି। ସର୍ବୋପରି କ୍ରୀଡ଼ାବିତ୍‌ ରହିବା ଲାଗି ଏଠାରେ ଏକ ହଷ୍ଟେଲର ନିର୍ମାଣ କରାଯାଉଥିବା କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ମିଳିଛି।