Odisha Link
Bridging the Missing Links in Odisha

ଶେ‌ଷ ହେଲା କୁମ୍ଭମେଳା, ଜୁନା ଆଖଡ଼ା ପକ୍ଷରୁ ବିସର୍ଜିତ ହେଲା କୁମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ ଅନୁସାରେ ଆଜି ଶ୍ରୀପଞ୍ଚଦଶନାମ ଜୁନା ଆଖଡ଼ା ମହାକୁମ୍ଭର ବିସର୍ଜନ ଘୋଷଣା କରିଛି। ଆଖଡ଼ା ପଦାଧିକାରୀ ଓ ସନ୍ଥଙ୍କ ଜରୁରି ବୈଠକରେ ଦେଶରେ ବଢ଼ିବଢ଼ି ଚାଲିଥିବା କରୋନା ଭାଇରସ ସଂକ୍ରମଣ ପରୀପ୍ରେକ୍ଷୀରେ ମହାକୁମ୍ଭକୁ ବିସର୍ଜନ ଘୋଷଣା କରାଯାଇଛି। ଜୁନାର ଏହି ନିଷ୍ପତ୍ତିକୁ ଅଗ୍ନି, ଆହ୍ୱାନ ଓ କିନ୍ନର ଆଖଡ଼ା ମଧ୍ୟ ସମର୍ଥନ କରିଛନ୍ତି। ଆଖଡ଼ା ନିରଞ୍ଜନୀ ଓ ତପୋବନ ଆନନ୍ଦ ଆଖଡ଼ା ମଧ୍ୟ କୁମ୍ଭ ବିସର୍ଜନ କରିଛନ୍ତି।

ତେବେ କୁମ୍ଭର ବିଧିବଦ୍ଧ ବିସର୍ଜନ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବ। ସେ ପର୍ଯ୍ୟନ୍ତ କୁମ୍ଭ ୭ଟି ଆଖଡା ମଧ୍ୟରେ ଅନୁଷ୍ଠିତ ହେବ। ମହାକୁମ୍ଭ ଲାଗି ହେଉଥିବା ଭିଡ ଯୋଗୁ କରୋନା ବ୍ୟାପିବା ନେଇ ଆଶଙ୍କା କରାଯାଉଥିଲା। ୧୨ ଓ ୧୪ ଏପ୍ରିଲ ସ୍ନାନରେ ୩୯ ଲକ୍ଷରୁ ଅଧିକ ଭକ୍ତ ବୁଡ଼ ପକାଇଥିଲେ। ଫଳରେ ହରିଦ୍ୱାରରେ କରୋନା ବ୍ୟାପିଯାଇଥିଲା। ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁନା ପୀଠାଧିଶ୍ୱର ଅବଧେଶାନନ୍ଦ ଗିରିଙ୍କ ସହ ଟେଲିଫୋନ ବାର୍ତ୍ତାରେ କୁମ୍ଭମେଳାକୁ ପ୍ରତୀକାତ୍ମକ କରିବାକୁ ନିବେଦନ କରିଥିଲେ।

ଏହା ପରେ ଜୁନା ଆଖଡା ଶନିବାର ଅପରାହ୍ନରେ ଜରୁରିକାଳୀନ ବୈଠକ ଆୟୋଜନ ପୂର୍ବକ କୁମ୍ଭ ବିସର୍ଜନ ଘୋଷଣା ଲାଗି ନିଷ୍ପତ୍ତି ନେଇଛି। ଆଖଡାମାନେ ପାରସ୍ପରିକ ସହମତିରେ କୁମ୍ଭ ବିସର୍ଜନ ଲାଗି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.