Odisha Link
Bridging the Missing Links in Odisha

କୋଭିଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ

କୋଭିଡ ରୋଗୀଙ୍କ ଚାଲିଥିଲା ଚିକିତ୍ସା

ରାୟପୁର: ଛତିଶଗଡ଼ର ପଚପେଡି ନାକା ନିକଟରେ ଥିବା କୋଭିଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ରାଜଧାନୀ ଡାକ୍ତରଖାନାରେ ନିଆଁ ଲାଗି ୫ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି। ପାଖାପାଖି ୫୦ ଜଣ ରୋଗୀଙ୍କ ଚିକିତ୍ସା ଏଠାରେ କୋଭିଡ୍ ଚିକିତ୍ସା ଚାଲିଥିଲା। ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଅତିରିକ୍ତ ଏସ୍‌ପି କହିଛନ୍ତି ଯେ, ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅନ୍ୟ ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଅଗ୍ନିକାଣ୍ଡ ପରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାମ କରିଥିଲେ।

Leave A Reply

Your email address will not be published.