ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଘୋଷଣା ଅବସରରେ ସାମ୍ବାଦିକଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ସାମ୍ବାଦିକମାନେ ରାଜ୍ୟବାସୀଙ୍କୁ ଅନବରତ ସେବା ଯୋଗାଉଛନ୍ତି।

ଭୁବନେଶ୍ବର: କରୋନର ଦ୍ବିତୀୟ ଲହରରେ ରାଜ୍ୟର ୧୫ରୁ ଅଧିକ ସାମ୍ବାଦିକଙ୍କ ଜୀବନ ଗଲା ପରେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ରବିବାର ଦିନ ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଘୋଷଣା ଦ୍ବାରା ରାଜ୍ୟର ୬୯୪୪ ସ୍ବାମ୍ବାଦିକ ଉପକୃତ ହେବେ।
ଘୋଷଣା ଅବସରରେ ସାମ୍ବାଦିକଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ସାମ୍ବାଦିକମାନେ ରାଜ୍ୟବାସୀଙ୍କୁ ଅନବରତ ସେବା ଯୋଗାଉଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ବେ ରାଜ୍ୟବାସୀଙ୍କ ପାଖରେ ଖବର ପହଁଞ୍ଚାଉଛନ୍ତି ସାମ୍ବାଦିକ। ଲୋକଙ୍କ ପାଖରେ କରୋନା ସଂପର୍କିତ ଖବର ପହଞ୍ଚାଉଛନ୍ତି। ତାଙ୍କ ସେବା ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।