Odisha Link
Bridging the Missing Links in Odisha

ଓଲମ୍ପିକ୍ସ ବିଜେତା ରବିନ୍ଦ୍ର ପାଲ୍ ସିଂଙ୍କର କରୋନାରେ ପରଲୋକ

ଦୂଆଦିଲ୍ଲୀ: ମୋସ୍କୋ ଓଲମ୍ପିକ୍ସରେ ଗୋଲ୍ଡ ମେଡାଲ ବିଜେତା ହକି ଖେଳାଳୀ ରବିନ୍ଦ୍ର ପାଲ୍ ସିଂଙ୍କ ପରଲୋକ। କରୋନାରେ ତାଙ୍କର କରୋନାରେ ମୃତ୍ୟୁ ଘଟିଛି। ପ୍ରାୟ ୨ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଆଜି ସକାଳେ ଲକ୍ଷ୍ନୌରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା।

ରବିନ୍ଦର ପାଲ୍ କରୋନା ସଂକ୍ରମିତ ହେବାରୁ ଲକ୍ଷ୍ନୌର ବିବେକାନନ୍ଦ ହସ୍ପିଟାଲରେ ଭର୍ତି ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ କୋଭିଡ ୱାର୍ଡରୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଥିଲା। ଆଉ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି।

ସେ ଭାରତୀୟ ହକି ଦଳର ଜଣେ ପୂର୍ବତନ ସଦସ୍ୟ ଥିଲେ। ତାସହ ୧୯୮୦ ମସିହାରେ ହୋଇଥିବା ମୋସ୍କୋ ଓଲମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ। ସେ ଲକ୍ଷେ୍ନୌାର ଏକମାତ୍ର ଖେଳାଳୀ ଥିଲେ ଯିଏକି ଦୁଇଟି ଓଲମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରିଥିଲେ। ହକିରେ କେବଳ ଅଲମ୍ପିକ୍ସ ନୁହଁ ଚାମ୍ପିଅନ୍ସ ଟ୍ରଫି, ବିଶ୍ୱକପ୍ ଓ ଏସିଆ କପ୍‌ରେ ବି ତାଙ୍କର ପ୍ରଦର୍ଶନ ଦେଖିବାକୁ ମିଳିଥିଲା।