Odisha Link
Bridging the Missing Links in Odisha

ଅକ୍ସିଜେନ ସଙ୍କଟବେଳେ ଏହି ରେଷ୍ଟୁରାଣ୍ଟରୁ ୯୬ଟି କନସେନଟ୍ରେଟର ଜବତ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ଅଣାୟତ୍ତ ହେଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଥିବା ବେଳେ ଅକ୍ସିଜେନ ଅଭାବରରୁ ବହୁ ଲୋକ ପ୍ରାଣ ହରାଉଛନ୍ତି। ଅକ୍ସିଜେନର ସଙ୍କଟ ବେଳେ ଏହାର ଫାଇଦା ନେଇ କଳାବଜାରୀ କରି ମାଲାମାଲ ହେଉଛନ୍ତି ଲକ୍ଷ୍ୟ ରଖିଛନ୍ତି କିଛି ଅସାଧୁ ବ୍ୟକ୍ତି।

ଏଭଳି କଳାବଜାରୀ କାରବାରର ସୂଚନା ପାଇ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ରେଡ୍ କରି ବହୁ ବ୍ୟକ୍ତିଙ୍କୁ ଗିରଫ କରୁଛି। ଗତକାଲି ଦିଲ୍ଲୀ ପୁଲିସ ଦୁଇଟି ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ କରି ୧୦୦ ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର ଜବତ କରିଛି। ପୁଲିସ ‘ଖାନ ଚାଚା’ ରେଷ୍ଟୁରାଣ୍ଟରୁ ୯୬ ଟି ଅକ୍ସିଜେନ କନସେନଟ୍ରେଟର ଜବତ କରିଥିବା ବେଳେ ‘ଟାଉନ ହଲ୍’ ରେଷ୍ଟୁରାଣ୍ଟରୁ ବାକି ୪ଟି ଅକ୍ସିଜେନ କନସେନଟ୍ରେଟର ଜବତ କରିଛି।

ଏହି ମାମଲାରେ ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରୁ ଚାରି ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୌରବ, ସତୀଶ ସେଠୀ, ବିକ୍ରାନ୍ତ ଏବଂ ହିତେଶ। ଏହି ଅକ୍ସିଜେନ କନସେନଟ୍ରେଟର ୧୬ ହଜାର ଟଙ୍କାରେ କିଣାଯାଇଥିଲା ଏବଂ ୫୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଏବେ ଏହି ଏହି ମାମଲାକୁ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।

ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୋଟ୍ ୪୧୯ ଅକ୍ସିଜେନ କନସେନଟ୍ରେଟର ଜବତ କରାଯାଇଛି। ପଚରାଉଚରା କରିବା ବେଳେ ଅଭିଯୁକ୍ତ ହିତେଶ ଅକ୍ସିଜେନର କଳାବଜାରୀ କରି ମାଲାମାଲ ହେବା ଉଦ୍ଦେଶ୍ୟରେ ଏହି ସମସ୍ତ ଅକ୍ସିଜେନ କନସେନଟ୍ରେଟରକୁ ‘ଖାନ୍ ଚାଚା’ ରେଷ୍ଟୁରାଣ୍ଟରେ ଜମା କରାଯାଇଥିଲା ବୋଲି କହିଛି।

Leave A Reply

Your email address will not be published.