Odisha Link
Bridging the Missing Links in Odisha

ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା

ସିଭିଲ ସର୍ଭିସ(ପ୍ରଲିମିନାରୀ) ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ବିଭିନ୍ନ ପରୀକ୍ଷା ଉପରେ ବିଭିନ୍ନ ରାଜ୍ୟର ସରକାର ରୋକ ଲଗାଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟୁକୁ ଧ୍ୟାନ ଦେଇ ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାରି ମଧ୍ୟରେ ସିଭିଲ ସର୍ଭିସ(ପ୍ରଲିମିନାରୀ) ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।

ଆସନ୍ତା ଜୁନ ୨୭ ତାରିଖରେ ହେବାକୁ ଥିବା ସିଭିଲ ସର୍ଭିସ(ପ୍ରଲିମିନାରୀ ) ପରୀକ୍ଷାକୁ ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଛି। ବଢୁଥିବା କରୋନା ସଂଖ୍ୟାକୁ ଦୃଷ୍ଟିରେ ରଖି ତଥା ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ୟୁପିଏସସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।