Odisha Link
Bridging the Missing Links in Odisha

ରାସ୍ତାରେ ବର-କନ୍ୟାଙ୍କୁ ଅଟକାଇଲା ପୁଲିସ୍, ମାଳା ପିନ୍ଧାଇ ଦେଲା ଉପହାର

ଚଣ୍ଡିଗଡ: ପଞ୍ଜାବରେ କରୋନା ସଂକ୍ରମଣ ହାର ଦ୍ରୁତ ଗିତରେ ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଏହି ସମୟରେ ରାସ୍ତା ମାନଙ୍କରେ ପୁଲିସ୍ ଚେକିଂକୁ କଡାକଡି କରିବାସହ କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ ସଚେତନ କରୁଛି।

ଏହାରି ମଧ୍ୟରେ ରାସ୍ତାରେ ବର-ବନ୍ୟା ବିବାହ ପରେ ବାଇକରେ ଯାଉଥିବା ବେଳେ ସେମାନଙ୍କୁ ପୋଲିସ୍ ଅଟକାଇ ଫୁଲ ମାଳା ପିନ୍ଧାଇବା ସହିତ ଉପହାର ମଧ୍ୟ ଦେଇଛି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଭିଡିଓରେ  ବିବାହରେ କୋଭିଡ୍‌ ନିୟମ ପାଳନ କରି ବର-କନ୍ୟା ଉଭୟେ ବାଇକ୍ ଯୋଗେ ବିବାହ ପରେ ଘରକୁ ଫେରୁଥିଲେ। କୋଭିଡ୍ ପ୍ରୋଟୋକଲ୍ ମାନି ବିନା ବାଜା ରୋଷଣୀ ବରଯାତ୍ରୀରେ ଯାଉଥିବାରୁ ପୁଲିସ୍ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲା। ଏଥିସହ ପୁଲିସ ସେମାନଙ୍କୁ ଚେକିଂ ପୋଷ୍ଟରେ ଅଟକାଇ ମାଳା ପିନ୍ଧାଇବା ସହ ବର-କନ୍ୟାଙ୍କ ହାତରେ ସଗୁନ୍ ମଧ୍ୟ ଦେଇଥିଲା। ତେବେ ଏହି ଭିଡିଓକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଛନ୍ତି। ତାଙ୍କ ନାଁ ହେଉଛି ଦୀପାଂଶୁ କୋବ୍ର।

ସେ ଭିଡିଓଟିକୁ ସେୟାର କରି କ୍ୟାପସନ୍ ରେ ଲେଖିଥିଲେ ଯେ, ‘କୋଭିଡ ପ୍ରୋଟୋକଲ ପାଳନ କରି ଏକ ନବ ବିବାହିତ ଦମ୍ପତି ବାଇକରେ ଘରକୁ ଯାଉଛନ୍ତି। ପୋଲିସ ଘରର ବୟସ୍କଙ୍କ ପରି ଅଭିବାଦନ ଓ ମୁହଁ ଦେଖା ଦେଇଥିଲା। ଖାକି ତରଫରୁ ସୁନ୍ଦର ଜେଶ୍ଚର୍।’

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ବେଳେ ଅନେକ ୟୁଜର୍ସ ମଧ୍ୟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଏବଂ ପୁଲିସ୍କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.