Odisha Link
Bridging the Missing Links in Odisha

କୋଭିଡ୍‌ ନିୟମ ଉଲ୍ଲଂଘନ: ୨୪ ଘଣ୍ଟାରେ ୨୫ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ବର: କୋଭିଡ୍‌ ନିୟମ ଉଲ୍ଲଂଘନ ବାବଦରେ ୨୪ ଘଣ୍ଟାରେ ଆଦାୟ ହେଇଛି ୨୫ ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟ ପୋଲିସ ପକ୍ଷରୁ ୨୫ ଲକ୍ଷ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ଗତ ୨୪ ଘଣ୍ଟାରେ ୨୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଛି।

ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ କରାଯାଇଛି । ମୋଟ ୯୪୦୦ ଜଣ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଏତେ ପରିମାଣରେ ଜରିମାନା ଆଦାୟ କରାଯାଇଛି।

ରାଜ୍ୟରେ କରୋନା କାୟା ମେଲାଉଥିବା ବେଳେ ସଂକ୍ରମଣ ରୋକିବା ସହ ଅମାନିଆଙ୍କୁ ସାବାଡ କରିବାକୁ ପୋଲିସକୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଏହି ସ୍ପେଶାଲ ଡ୍ରାଇଭରେ ସଂକ୍ରମଣକୁ ନେଇ ସଚେତନ କରାଯିବା ସହ କୋଭିଡ ଗାଇଡଲାଇନ ମାନୁନଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ମୋଟ ୧୩୬ ପ୍ଲାଟୁନ ପୋଲିସ ଏହି ସ୍ପେଶାଲ ଡ୍ରାଇଭରେ ସାମିଲ ହୋଇ କୋଭିଡ ଗାଇଡଲାଇନ ଉଲ୍ଲଂଘନକାରୀଙ୍କ ଧରିବା ସହ ଜରିମାନା ଆଦାୟ କରିଥିଲେ ।

Leave A Reply

Your email address will not be published.