Odisha Link
Bridging the Missing Links in Odisha

ଚାଷୀଙ୍କୁ ଚଡ଼କ: ପୁଣି ବଢ଼ିଲା ସାର ଦର

ମାତ୍ର ୧ ବର୍ଷ ୫ ମାସ ଭିତରେ ଡିଏପିର ବସ୍ତା ପିଛା ମୂଲ୍ୟ ୭୦୦ ଟଙ୍କା ବଢ଼ିଛି।

ନୂଆଦିଲ୍ଲୀ: ଇଫ୍‌କୋ ପକ୍ଷରୁ ପୁଣି ସାରର ଦରବୃଦ୍ଧି କରାଯାଇଛି। ଭାରତୀୟ ଚାଷୀମାନଙ୍କଦ୍ବାରା ବହୁଳ ବ୍ୟବହୃତ ଡିଏପି ସାରର ମୂଲ୍ୟ ମାତ୍ର ଦେଢ଼ବର୍ଷ ଭିତରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧିପାଇଛି। ଏପ୍ରିଲ ୭, ୨୦୨୧ରେ ଇଫକୋ ପକ୍ଷରୁ ନୂଆ ଦରତାଲିକା ଜାରି କରାଯାଇଛି।

ଇଫକୋ ପକ୍ଷରୁ ଜାରି ନୂଆ ଦୂର ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଲାଗୁହୋଇଛି। ଡିଏପି ବସ୍ତା (୫୦ କେଜି) ପିଛା ଦର ୨୦୧୯ ଅକ୍ଟୋବର ସୁଦ୍ଧା ୧,୨୦୦ ଟଙ୍କା ଥିବା ବେଳେ ଟନ୍‌ ମିଛା ଦର ୨୪,୦୦୦ ଟଙ୍କା ଥିଲା। ଚଳିତ ମାସରେ ଦରବୃଦ୍ଧି ପରେ ବସ୍ତା ପିଛା ଦର ୧,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ଅନୁରୂପ ଭାବେ ଟନ୍‌ ପିଛା ଦର ୩୮,୦୦୦ ରଖାଯାଇଛି। ମାତ୍ର ୧ ବର୍ଷ ୫ ମାସ ଭିତରେ ଡିଏପିର ବସ୍ତା ପିଛା ମୂଲ୍ୟ ୭୦୦ ଟଙ୍କା ବଢ଼ିଛି।

ଅନୁରୂପ ଅନୁପାତରେ ଏନ୍‌ପିକେ ସାର ମୂଲ୍ୟ ମଧ୍ୟ ବୃଦ୍ଧିପାଇଛି।

Leave A Reply

Your email address will not be published.