Odisha Link
Bridging the Missing Links in Odisha

ଲସି ଦୋକାନ ଉପରେ ମାଡ଼ିଗଲା ତେଲ ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

କଟକ: କଟକ ଜଗତପୁର ପିରବଜାର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ରାସ୍ତା କଡ଼ରେ ଏକ ଲସି ଦୋକାନ ଉପରେ ମାଡ଼ି ଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି।

ମିଳିଥିବା ସୂଚନା ଅନୁସରେ, କଟକ ଭଏରପୁର ନିକଟରେ ଥିବା ଏକ ଲସି ଦୋକାନ ଭିତରକୁ ମାଡିଗଲା ତେଲ ଟ୍ୟାଙ୍କର। ଫଳରେ ଲସି ଦୋକାନରେ ଥିବା ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି।

ଖବର ପାଇ ଜଗତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଘଟଣାର ଅଧିକ ତଦନତ ଜାରି ରହିଛି।

Leave A Reply

Your email address will not be published.