Odisha Link
Bridging the Missing Links in Odisha

ମେ’ ୨୫ ଯାଏଁ ଲକ୍‌ଡାଉନ ଅବଧି ବୃଦ୍ଧି କଲେ ସରକାର

ଲକଡାଉନ ଅବଧି ଆଉ ୧୦ ଦିନ ବୃଦ୍ଧି

ପାଟନା: ଦେଶରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାରେ ଲାଗିଛନ୍ତି। ଆଜି ମହାରାଷ୍ଟ୍ର ସରକାର ଲକଡାଉନ ଅବଧିକୁ ଜୁନ୍‌ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଥିବା ବେଳେ ଏବେ ବିହାର ସରକାର ମଧ୍ୟ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି।

ବିହାରରେ ଲାଗିଥିବା ଲକଡାଉନ ଅବଧି ମେ’ ୧୬ ତାରିଖ ସକାଳେ ଶେଷ ହୋଇଥାଆନ୍ତା। ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ଆଉ ୧୦ ଦିନ ବୃଦ୍ଧି କରିଛନ୍ତି। ବିହାରରେ ମେ’ ୨୫ ଯାଏ ଲକଡାଉନ ବଳବତ୍ତର ରହିବ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ କରି କହିଛନ୍ତି, “ଆଜି ସହଯୋଗୀ ମନ୍ତ୍ରୀଗଣ ଓ ପଦାଧିକାରୀଙ୍କ ସହ ବିହାରରେ ଲାଗିଥିବା ଲକଡାଉନ ସ୍ଥିତିର ସମୀକ୍ଷା କରାଯାଇଥିଲା। ଲକଡାଉନର ସକରାତ୍ମକ ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳୁଛି। ତେଣୁ ସର୍ବସମ୍ମତିକ୍ରମେ ବିହାରରେ ଆଉ ୧୦ ଦିନ ଅର୍ଥାତ ୧୬ରୁ ୨୫ ତାରିଖ ଯାଏ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।”

ଲକଡାଉନ୍ ସମୟରେ ପୂର୍ବଭଳି ଅତ୍ୟାବଶ୍ୟକ ସାମଗ୍ରୀ ଓ ଫଳ, ପନିପରିବା, ମାଂସ, ମାଛ, କ୍ଷୀର, ପିଡିଏସ୍ ଦୋକାନ ସକାଳ ୭ ଟାରୁ ୧୧ଟା ଯାଏ ଖୋଲା ରହିବ। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।

Leave A Reply

Your email address will not be published.