Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡ ଲକ୍‌ଡାଉନ୍

ଓ୍ବିଲିଂଟନ୍: ପୁଣି ଫେରିଲା ଲକ୍‌ଡାଉନ୍। ୩ ଦିନ ପାଇଁ ସାରା ଦେଶରେ କଟକଣା ଲଗାଇଲେ ନ୍ୟୁଜିଲାଣ୍ଡ ସରକାର। ଗୋଷ୍ଠୀ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।

ଫେବୃଆରୀ ପରେ ନ୍ୟୁଜିଲାଣ୍ଡରେ ପ୍ରଥମ ଥର ପାଇଁ ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି ସରକାର। ଗୋଷ୍ଠୀ ସଂକ୍ରମଣକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଜୋସିଣ୍ଡା ଅର୍ଡର୍ନ ସାରା ଦେଶରେ ୩ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଅକଲାଣ୍ଡରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୋସିଣ୍ଡା ଅର୍ଡର୍ନ ଲକ୍‌ଡାଉନ୍‌ କଟକଣା ନେଇ ଘୋଷଣା କରିଥିଲେ।

ଅକଲାଣ୍ଡ ଓ ତାର ଆଖପାଖ ଅଞ୍ଚଳରେ ଅର୍ଥାତ୍‌ କେରୋମଣ୍ଡଳ ଅଞ୍ଚଳରେ ୭ଦିନ ଯାଏ ଲକ୍‌ଡାଉନ୍‌ କଟକଣା ରହିବ। ଲକଡାଉନ୍‌ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, ସାର୍ବଜନିକ ସ୍ଥଳ, ଅଧିକାଂଶ ବ୍ୟବସାୟ ବନ୍ଦ ରହିବ। ଏପରିକି ଘର ଭିତରେ ହିଁ ଲୋକଙ୍କୁ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.