Odisha Link
Bridging the Missing Links in Odisha

ଓମିକ୍ରନ୍‌ ଆତଙ୍କ: ଗାଁରେ ଲକ୍‌ଡାଉନ୍‌ ଲଗାଇଲେ ଗ୍ରାମବାସୀ

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଏବେ ଦେଶରେ ପାଖାପାଖି ୩୦୦ରେ ପହଁଞ୍ଚିଲାଣି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଗୁରୁତର ସହ ନେଇ ସତର୍କତା ଅବଲମ୍ବନ ପାଳନ କରିବା ପାଇଁ ସରକାର ଦେଲେଣି ବାର୍ତ୍ତା।

ତେଲେଙ୍ଗାନାରେ ବର୍ତ୍ତମାନ ୩୮ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନଜରରେ ରଖି ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ସଚେତନ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି। ଅନ୍ୟପଟେ ଓମିକ୍ରନ୍‌ ସଂକ୍ରମଣକୁ ନଜରରେ ରଖି ତେଲେଙ୍ଗାନାରେ ଏକ ବଡ଼ ଗାଁର ଗ୍ରାମବାସୀ ନେଇଛନ୍ତି ବଡ଼ ପଦକ୍ଷେପ। ଗ୍ରାମବାସୀ ମାନେ ନିଜେ ଗାଁରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ମୁତାବିକ, ତେଲେଙ୍ଗାନାର ଗୁଡେମ ଗ୍ରାମରେ ଏକ ବ୍ୟକ୍ତି ବିଦେଶରୁ ଫେରିଥିଲେ। ତାଙ୍କ ରିପୋର୍ଟ କୋଭିଡ ପଜିଟିଭ ଆସିଥିଲା ପରେ କୁହାଗଲା କି ସେ ଓମିକ୍ରନରେ ସଂକ୍ରମିତ। ଏହାପରେ ଅଧିକାରୀମାନେ ଗାଁରେ ପହଞ୍ଚି ୬୪ ଜଣଙ୍କ ନମୁନା ସଂଗ୍ରହ କରିଥିଲେ। ଏଥି ମଧ୍ୟରୁ ଏବେ ଆକ୍ରାନ୍ତଙ୍କ ମା ମଧ୍ୟ କୋଭିଡରେ ସଂକ୍ରମିତ ଥିବା ସୂଚନା ମିଳିଛି।

ତେବେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସେଠାକାର ଗ୍ରାମପଞ୍ଚାୟତ ୧୦ ଦିନ ପାଇଁ ଗାଁକୁ ଲକଡାଉନ ଘୋଷଣା କରିଛନ୍ତି। ଏବେ ୧୦ ଦିନ ଯାଏଁ ଏହି ଗାଁ ଲୋକଙ୍କୁ ଘର ଭିତରେ ରହିବାକୁ ହେବ । ବର୍ତ୍ତମାନ ତେଲେଙ୍ଗାନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗୁରୁବାର ତେଲେଙ୍ଗାନାରେ ୧୦ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.