Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟ: ଶେଷ ହେଲା ସ୍ନାତକୋତ୍ତର ଆଇନ ବିଭାଗର ୯ ଦିନିଆ ଟ୍ରେନିଂ କୋର୍ସ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଅନୁଷ୍ଠାନର ସଭାଗୃହରେ ଆଜିକୁ ୯ ଦିନ ବ୍ୟାପି A Value Added Certificate Course on Practical Lawyering and Professional Skill Enhancement.ବିଷୟକୁ ନେଇ ଏକ ଟ୍ରେନିଂ କୋର୍ସ ଆଜି ସମାପ୍ତ ହୋଇଯାଇଛି। ଏହା ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ଆଜି ୨୩ ଡିସେମ୍ବରରେ ସରି ଯାଇଛି ।ଏହି ଅବସରରେ ଆୟୋଜିତ ଟ୍ରେନିଂ କୋର୍ସ ରେ ସାରା ଓଡ଼ିଶାରୁ ଆଇନ୍ ବିଶେଷଜ୍ଞ, ଆଇନୀ ଜୀବୀ, ଅଧ୍ୟାପକ, ଆଇନ ଗବେଷକ ଓ ଆଇନରେ ଅଭିଜ୍ଞ ବ୍ୟକ୍ତତ୍ବ ମାନେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଆଇନ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏଙ୍କ ତତ୍ବାବଧାନରେ ଏ ଟ୍ରେନିଂ କୋର୍ସ ଖୁବ୍ ସଫଳତାର ସହ ସମାପ୍ତ ହୋଇଅଛି।

ପ୍ରତିଟି ଦିବସରେ ଟ୍ରେନିଂ କୋର୍ସ ଆରମ୍ଭରେ ସ୍ନାତକୋତ୍ତର ଆଇନ ବିଭାଗ ମୁଖ୍ୟ ଡ. ସାଡ଼ୁଆଳ ଟ୍ରେନିଂ କୋର୍ସ ବାବଦରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସାଧାରଣତଃ ଆଇନ୍ ଛାତ୍ର ଛାତ୍ରୀ, ଆଇନ ଗବେଷକ,ଆଇନି ଜୀବୀ ଓ ଆଇନ୍ ବିଭାଗର ଅଧ୍ୟାପକ ମାନେ କିଭଳି ନିଜକୁ ଦକ୍ଷ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃ୍ରିଷ୍ଟି କରିପାରିବେ ତାହା ଥିଲା ଟ୍ରେନିଂ କୋର୍ସ ର ମୁଳ ଲକ୍ଷ । ଆଜିର କାର୍ଯ୍ୟକ୍ରମରେ ଅତି ପରିଚିତ ଓ ଜଣାଶୁଣା ବରିଷ୍ଠ ଆଇନୀ ଜୀବୀ ବିଭୁ ପ୍ରସାଦ ତ୍ରୀପାଠୀ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ନାତକୋତ୍ତର ଆଇନ ବିଭାଗ ମୁଖ୍ୟ ଡ. ସାଡ଼ୁଆଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ଖୁବ୍ ସୁନ୍ଦର ଭାବରେ ନିଜସ୍ବ ଢଙ୍ଗରେ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରେନିଂ କୋର୍ସ ରେ ଭାଗନେଇଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଭଳି ଏକ ଟ୍ରେନଙ୍ଗଂ କୋର୍ସ ଉତ୍କଳ ବିଶ୍ବବିଦ୍ୟାଳର ସ୍ନାତକୋତ୍ତର ଆଇନ ବିଭାଗରେ ଖୁବ୍‌ ସୁନ୍ଦର ଭାବରେ ଆୟୋଜନ କରାଯଇଥିବାରୁ ଭାଇସ୍‌ ଚାସ୍‌ଲର ପ୍ରଫେସର ଡ. ସବିତା ଆଚାର୍ଯ୍ୟ ଓ ପିଜି କାଉସିଲ୍‌ ଚ୍ୟାୟାରମ୍ୟାନ୍‌ ପ୍ରଫେସର ଡ. ବସନ୍ତ କୁମାର ମଲ୍ଲିକ, ଅନୁଷ୍ଠାନର ମୁଖ୍ୟ ଏବଂ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।

ଏଥିରେ ଅନୁଷ୍ଠାନର ଆଇନ ଗବେଷକ ଗିରୀଶ ରଂଜନ ସାହୁ, ବିଭୁପ୍ରସାଦ ମହାପାତ୍ର ତଥା ଓଡ଼ିଶାର ବିଭିନ୍ନ ଆଇନ୍ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ତଥା ସମାଜସେବୀ ଯୋଗ ଦେଇଥିଲେ। ଏହି ସେମିନାରକୁ ଅନୁଷ୍ଠାନର ଛାତ୍ରୀ ଶ୍ରଦ୍ଧା ସେଠ୍ ପରିଚାଳନା କରିଥିଲେ ଓ ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ ତଦାରଖ କରିଥିଲେ। ଦେବାଶିଷ ଦାସ୍, ରୋହିତ ଶର୍ମା, ଓ ଐସ୍ବର୍ଯ୍ୟା ସଡ଼ଙ୍ଗି , କସ୍ୟପ ଶକ୍ତି, ବୈଷ୍ଟବି ସାହୁ, ପ୍ରଂଗ୍ୟା ପବର୍ତ୍ତିକା, ଷ୍ପନ୍ଦନ ଦାସ୍ ଓ ଐସ୍ବର୍ଯ୍ୟା ମହାପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.