Odisha Link
Bridging the Missing Links in Odisha

ଭାଙ୍ଗିଗଲା ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ପ୍ରେମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ବ୍ରେକ୍‌ଅପ୍‌କୁ ନେଇ କିଛିଦିନ ହେବ ଲାଗି ରହିଥିଲା ଚର୍ଚ୍ଚା। ଏବେ ଏହି ଚର୍ଚ୍ଚା ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌। ସୁସ୍ମିତା ସୋସିଆଲ ମିଡିଆରେ କହିଛନ୍ତି ଯେ, ‘ସେ ଏବଂ ରୋହମନ୍‌ ଶୋଲଙ୍କ ମଧ୍ୟରେ ଥିବା ସମ୍ପର୍କ ଅନେକ ଦିନ ପୂର୍ବରୁ ଶେଷ ହୋଇଯାଇଥିଲା । କିନ୍ତୁ ଆମ ଭିତରେ ଭଲପାଇବା ପୂର୍ବଭଳି ରହିଛି ।’

ଆଜି ରୋହମନଙ୍କ ସହ ଫଟୋ ସେୟାର କରିଛନ୍ତି ସୁସ୍ମିତା ସେନ୍‌। ଉଭୟ ସେଲ୍‌ଫି ପୋଜ୍‌ରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। କ୍ୟାପସନ୍‌ରେ ବ୍ରହ୍ମାଣ୍ଡ ସୁନ୍ଦରୀ ଲେଖିଛନ୍ତି ଯେ, ‘ବନ୍ଧୁତାରୁ ହିଁ ଆମର ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ବି ବନ୍ଧୁତା ରହିଛି କିନ୍ତୁ ସମ୍ପର୍କ ଅନେକ ଦିନ ତଳୁ ଶେଷ ହୋଇଯାଇଛି। ଭଲ ପାଇବା ରହିଛି’।

ସୂଚନାଯୋଗ୍ୟ, ସୁସ୍ମିତା ସେନ୍‌ ଏବଂ ତାଙ୍କ Ex ରୋହମନଙ୍କ ଚିହ୍ନା ପରିଚୟ ସୋସିଆଲ ମିଡିଆ ଜରିଆରେ ହୋଇଥିଲା। ରୋହମନ ପ୍ରଥମେ ସୁସ୍ମିତାଙ୍କୁ ମେସେଜ୍‌ କରିଥିଲେ। ପରେ ଏକ ଫେଶନ୍‌ ଶୋରେ ଉଭୟଙ୍କ ଭେଟ ହୋଇଥିଲା। ପ୍ରଥମ ଦେଖାରୁ ହିଁ ଫିଦା ହୋଇଯାଇଥିଲେ ସୁସ୍ମିତା। ପରେ ସମ୍ପର୍କ ଆଗକୁ ବଢିଥିଲା। ରୋହମନଙ୍କ ପୂର୍ବରୁ ବିକ୍ରମ ଭଟ୍ଟ, ଓ୍ବାସିମ୍ ଆକ୍ରମ, ରଣଦୀପ ହୁଡ୍ଡା, ରିତିକ୍ ରୋଶନ, ମୁଦସ୍ତର ଅଜୀଜ୍‌ଙ୍କୁ ଡେଟ୍‌ କରିସାରିଛନ୍ତି ସୁସ୍ମିତା ସେନ୍‌।

Leave A Reply

Your email address will not be published.