Odisha Link
Bridging the Missing Links in Odisha

ଫେରିଲା ରାତ୍ରିକାଳୀନ କର୍ଫ୍ୟୁ

ଭୋପାଳ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଏବେ ଦେଶରେ ପାଖାପାଖି ୩୦୦ରେ ପହଁଞ୍ଚିଲାଣି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଗୁରୁତର ସହ ନେଇ ସତର୍କତା ଅବଲମ୍ବନ ପାଳନ କରିବା ପାଇଁ ସରକାର ଦେଲେଣି ବାର୍ତ୍ତା। ଏସବୁ ମଧ୍ୟରେ ଫେରିଲା ନାଇଟ୍‌ କର୍ଫ୍ୟୁ। ମଧ୍ୟପ୍ରଦେଶ ସରକାର ସଂକ୍ରମଣ ରୋକିବାକୁ ରାତ୍ରିକାଳୀନ କର୍ଫ୍ୟୁ କଟକଣାକୁ ପ୍ରମୁଖ ଅସ୍ତ୍ର କରିଛନ୍ତି।

ସରକାରଙ୍କ ଘୋଷଣା ଅନୁଯାୟୀ, ଆଜି ରାତି ୧୧ଟାରୁ ହିଁ ନାଇଟ କର୍ଫ୍ୟୁ କଟକଣା ଲାଗିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ। ନାଇଟ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଛାଡ଼ି ଦେଲେ କେହି ବି ଘରୁ ବାହାରି ପାରିବେ ନାହିଁ। ପୁଲିସ୍‌ ପ୍ରଶାସନ ପକ୍ଷରୁ ମଧ୍ୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରାଯାଇଛି।

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ତେବେ ମଧ୍ୟପ୍ରଦେଶରେ ଏଯାଏ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇନି। ତଥାପି ଆଗୁଆ ପଦକ୍ଷେପ ସ୍ୱରୂପ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଏକଥା ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି।