Odisha Link
Bridging the Missing Links in Odisha

୫ ଦିନ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ

ଜଗତସିଂହପୁର: ଆଉ ଦିନକ ପରେ ପାଳିତ ହେବ ବଡ଼ ଦିନ। ତାପରେ ଆସିବ ଇଂରାଜୀ ନୂଆବର୍ଷ। ଏହି ଅବସରରେ ଧର୍ମାନୁଷ୍ଠାନ ଗୁଡ଼ିକରେ ଲୋକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ହେଲେ ଏବେ ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଭୟ। ଏହାକୁ ନଜରରେ ରଖି ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ୫ ଦିନ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନ (ମନ୍ଦିର, ଚର୍ଚ୍ଚ, ମସଜିଦ, ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଓ ପୂଜାସ୍ଥଳୀ) ଗୁଡ଼ିକରେ ସାଧାରଣ ଦର୍ଶନକୁ ବନ୍ଦ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ।ଏନେଇ ଜିଲ୍ଲାପାଳ ପାରୁଲ ପଟଓ୍ବାରୀ ନିର୍ଦ୍ଦେଶ ଜାରି କରିଛନ୍ତି।

ମିଳିଥିବା ସୂଚନା ମୁତାବିକ, ଡିସେମ୍ବର ୨୫ ଓ ୨୬ ତାରିଖରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ସେହିପରି ବର୍ଷର ଶେଷ ଦିନ ଅର୍ଥାତ୍‌ ଡିସେମ୍ବର ୩୧ରେ ମଧ୍ୟ କଟକଣା ଲାଗୁ ହେବ। ପରେ ଇଂରାଜୀ ନବବର୍ଷ ତଥା ଜାନୁଆରୀ ୧ ତାରିଖ ଓ ୨ ତାରିଖରେ ମଧ୍ୟ ଧର୍ମାନୁଷ୍ଠାନ ଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ ରହିବ। ହେଲେ କଟକଣା ସମୟରେ ସମସ୍ତ ଧର୍ମାନୁଷ୍ଠାନରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଜାରି ରହିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଏବେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଦେଶରେ ମାଡ଼ି ଚାଲିଥିବା ବେଳେ ଓଡ଼ିଶାରେ ବି ପ୍ରବେଶ କରି ସାରିଛି। ଏଯାବତ୍ ରାଜ୍ୟରେ କରୋନା ଭାଇରାସର ଓମିକ୍ରନ୍ ଭ୍ୟାରିଆଣ୍ଟରେ ୪ ଜଣ ସଂକ୍ରମିତ ହୋଇଛନ୍ତି।

Leave A Reply

Your email address will not be published.