Odisha Link
Bridging the Missing Links in Odisha

କେସିଙ୍ଗା ଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍

କଳାହାଣ୍ଡି: କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍। ରେଳ ଯୋଗେ ଅକ୍ସିଜେନ୍ ପରିବହନ ବେଳେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଛି। ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି।

ସୂଚନା ମୁତାବକ, ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଅକ୍ସିଜେନ୍ ଝାରସୁଗୁଡ଼ାଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ନେଇ ଜଣାପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲିକ୍ ବନ୍ଦ ପାଇଁ ପ୍ରୟାସ କରୁଛନ୍ତି। ଝାରସୁଗୁଡ଼ାଠାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।