Odisha Link
Bridging the Missing Links in Odisha

କର୍ମଚାରୀଙ୍କୁ ୧ ନିୟୁତ ଟିକା ଯୋଗାଇକୁ ସରକାରଙ୍କୁ କୋଲ୍‌ ଇଣ୍ଡିଆର ଅନୁରୋଧ

ନୂଆଦିଲ୍ଲୀ: କରୋନା ମହାମାରୀରେ କୋଲ୍‌ ଇଣ୍ଡିଆର ପ୍ରାୟ ୪୦୦ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ତା’ର କର୍ମଚାରୀଙ୍କ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ନେଇ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘କୋଲ୍‌ ଇଣ୍ଡିଆ ଲିମିଟେଡ୍‌’ ୧ ନିୟୁତ ଡୋଜ୍‌ ଟିକା ଯୋଗାଇକୁ ଅନୁରୋଧ କରିଛି।

୨୫୯,୦୦୦ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଥିବା ବିଶ୍ବର ଶ୍ରେଷ୍ଠ କୋଇଲା ଖଣି ‘କୋଲ୍‌ ଇଣ୍ଡିଆ’ ମୁତାବକ, ତା’ର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ୧ ନିୟୁତ ଡୋଜ୍‌ ଟିକା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ କର୍ମଚାରୀମାନଙ୍କର ଏକଚତୁର୍ଥାଂଶ କର୍ମଚାରୀଙ୍କୁ ଟିକା ଦିଆଯାଇଥିବା କଥା କମ୍ପାନୀ ସୂଚନା ଦେଇଛି।

କୋଲ୍‌ ଇଣ୍ଡିଆ କହିଛି ଯେ, ଦ୍ବିତୀୟ ପ୍ରବାହ ସମୟରେ ଅଧିକାଂଶ ଆକ୍ରାନ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଯଦିବା ପରିସ୍ଥିତି ସ୍ବାଭାବିକ ହେବା ଆରମ୍ଭ ‌କଲାଣି, ପୁନଶ୍ଚ ହଠାତ୍ ସଂକ୍ରମଣ ବେଗ ବୃଦ୍ଧି ପାଇବା ଆଶଙ୍କା କରି ଅସ୍ଥାୟୀଭିତ୍ତିରେ ଡାକ୍ତରୀ କର୍ମଚାରୀ ଓ ଅମ୍ଳଜାନ ବ୍ୟବସ୍ଥା ପାଇଁ ଉଦ୍ୟମ ଚାଲିଛି। ସମୁଦାୟ ୬୦୦୦ କର୍ମଚାରୀ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ଏବଂ ଏବେ ମଧ୍ୟ ୧୦୦୦ରୁ ଅଧିକ କର୍ମଚାରୀ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.