Odisha Link
Bridging the Missing Links in Odisha

ପୁଲିସ ମାଓବାଦୀ ମୁହାଁମୁହିଁ

ମାଥିଲି: ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳିବିନିମୟ। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ମୁତାବକ, ଜଙ୍ଗଲରେ ମାଓ ଶିବିର ଥିବା ସୂଚନା ପାଇ ଅପରେସନ ଆରମ୍ଭ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ SOG ଓ DVF ବାହିନୀ ମିଲିତ ଭାବେ ଅପରେସନ ଆରମ୍ଭ କରିଥିଲା।

ବୁଧବାର ସକାଳେ ପୁଲିସକୁ ଦେଖିବା ପରେ ମାଓବାଦୀ ପ୍ରଥମେ ଗୁଳିଚଳନା କରିଥିଲେ। ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଏବେବି ଗୁଳିବିନିମୟ ଜାରି ରହିଛି।