Odisha Link
Bridging the Missing Links in Odisha

ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମହଙ୍ଗା ମାଡ଼। ପେଟ୍ରୋଲ-ଡିଜେଲ ପରେ ଏବେ ବଢ଼ିଛି ଗ୍ୟାସ ସିଲିଣ୍ଡର ଦର। ଆଜିଠୁ ରୋଷେଇ ଗ୍ୟାସର ଦର ବଢ଼ିଛି। ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା ବଢ଼ାଇଛନ୍ତି। ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୮୪ ଟଙ୍କା ବୃଦ୍ଧି କରାଯାଇଛି।

ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩୪.୫ ଟଙ୍କା ହୋଇଛି। ମୁମ୍ବାଇରେ ଏହାର ମୂଲ୍ୟ ୨୫.୫୦ ଟଙ୍କା ବଢ଼ି ୮୩୪.୫ ଟଙ୍କା ହୋଇଛି। କୋଲକାତାରେ ୯୬୧ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୫୦.୫ ଟଙ୍କାକୁ ବୃଦ୍ଧି ପାଇଛି ସିଲିଣ୍ଡର ମୂଲ୍ୟ।