Odisha Link
Bridging the Missing Links in Odisha

ରାଜ୍ୟରେ ଆଉ ୬୪ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଧିରେ ଧିରେ କମିବାରେ ଲାଗିଛି। ହେଲେ ମତ୍ୟୁ ସଂଖ୍ୟାରେ ଲାଗୁନି ବିରାମ। ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ମୃତକଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣ, ବରଗଡରୁ ୧୦ ଜଣ,, ବାଲେଶ୍ୱରରୁ ୮ ଜଣ, ସୁନ୍ଦରଗଡରୁ ୭ ଜଣ, ଗଞ୍ଜାମରୁ ୬ ଜଣ, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡା, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୪୯ ହଜାର ୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୧ ହଜାର ୭୪୨ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୨୩ ହଜାର ୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୪୯୨୫ ଜଣଙ୍କର ମୃତ୍ୟୁ ହୋଇଛି ।