Odisha Link
Bridging the Missing Links in Odisha

ବାଳକକୁ ବଞ୍ଚାଇବାକୁ ଯାଇ କୂଅରେ ପଡ଼ିଗଲେ ୩୨ ଲୋକ: ୪ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଗଞ୍ଜ ବସୋଡ଼ାରେ ଅଭାବନୀୟ ଘଟଣା। ଗୁରୁବାର କୂଅରେ ପଡ଼ି ଯାଇଥିବା ଜଣେ ବାଳକକୁ ଉଦ୍ଧାର କଲା ବେଳେ ଧସିଗଲା କୂଅ। ଯାହାରିଫଳରେ କୂଅରେ ପଡ଼ିଗଲେ ୩୨ ଜଣ ଲୋକ। ସେ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି। ସବୁଠୁ ବଡ଼କଥା ହେଲା ଏବେ ବି ଆହୁରି ୧୦ ଜଣ କୂଅ ଭିତରେ ଫସି ରହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର କୂଅରେ ପଡ଼ି ଯାଇଥିବା ଜଣେ ବାଳକକୁ ଉଦ୍ଧାର କଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଳକଟିକୁ ଉଦ୍ଧାର କଲା ବେଳେ କୂଅର ଚାନ୍ଦିନୀ ଭୁଶୁଡ଼ି ପଡ଼ିଥିଲା। ମାତ୍ରାଧିକ ଲୋକଙ୍କ ଓଜନ ସମ୍ଭାଳି ନପାରି କୂଅର ଚାନ୍ଦିନୀ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

ଅପରପକ୍ଷେ ଉଦ୍ଧାର ହୋଇଥିବା ୧୯ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଆହୁରି ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।

ଅପରପକ୍ଷେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଆହତ ଲୋକଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.