Odisha Link
Bridging the Missing Links in Odisha

ରାଜଧାନୀରେ ବନ୍ଦ ହେଲା ଡ୍ରାଇଭ୍ ଇନ୍ ଭ୍ୟାକ୍ସିନ୍ ସେଣ୍ଟର

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ବନ୍ଦ ହେବ ୧୦ଟି ଯାକ ଡ୍ରାଇଭ ଇନ ଭେକ୍ସିନ ସେଣ୍ଟର।  ଭୁବନେଶ୍ୱରର ବିଭିନ୍ନ ମଲ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିଲା ଏହି କେନ୍ଦ୍ର। ଭୁବନେଶ୍ୱରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇ ଥିବା ବେଳେ। ୩୦ଟି ସରକାରୀ ହସ୍ପିଟାଲ ୧୫ଟି ମୋବିଲାଇଜେସନ ସେଣ୍ଟର ଓ ଡ୍ରାଇଭ ଇନ ଭେକ୍ସିନ କେନ୍ଦ୍ର ସାମିଲ ହୋଇଥିଲା।

ଆସନ୍ତା କାଲି ଠାରୁ ୪୫ଟି କେନ୍ଦ୍ରରେ ଜାରି ରହିବ ଟିକାକରଣ। ତେବେ ହାଇସ୍କୁଲ ଖୋଲି ଯାଇଥିବାରୁ ଭୁବନେଶ୍ୱରର ହାଇସ୍କୁଲ ଗୁଡିକରେ ଥିବା ଟିକା କେନ୍ଦ୍ରକୁ ସେଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଶତ ପ୍ରତିଶତ ଟିକାକରଣ ସହିତ ଅନଲକ ଆଡକୁ ଆମେ ଯାଉଥିବାରୁ ତଥା ଟିକା ନେଇନଥିବା ଲୋକଙ୍କ ସଂଖ୍ୟା କମ ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଏମସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ।

ଏଥିସହ ରାଜଧାନୀରେ ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି। ବିଭିନ୍ନ ବର୍ଗରେ ମୋଟ ୯ଲକ୍ଷ ୭ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ଲକ୍ଷ ୧୪ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ। ଗତକାଲି ସୁଦ୍ଧା ୧୮ଲକ୍ଷ ୩୫ହଜାର ୯୦୩ ଡୋଜ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୦ଲକ୍ଷ ୫୯ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି। ୭ଲକ୍ଷ ୭୬ହଜାର ୧୫୦ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି।

Leave A Reply

Your email address will not be published.