Odisha Link
Bridging the Missing Links in Odisha

ଜାନୁଆରୀ ପହିଲାରୁ ଟିକା ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ କରୋନା ବିରୋଧୀ ଟିକା ଦିଆଯିବ। ଏନେଇ ଶନିବାର ବଡ଼ ଘୋଷଣା କରିଥିଲେ ପିଏମ୍‌ ମୋଦି। ଟିକାନେବା ପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାମ ପଞ୍ଜିକରଣ କରିବାକୁ ପଡ଼ିବ। ଏଥିପାଇଁ ସୂଚନା ମଧ୍ୟ ଦିଆଯାଇଛି।

ଜାନୁଆରୀ ପହିଲାରୁ ଟିକା ପାଇଁ ପିଲା ପଞ୍ଜିକରଣ କରିପାରିବେ। କୋୱିନ ପ୍ଲାଟଫର୍ମର ମୁଖ୍ୟ ଡା ଆରଏସ୍‌ ଶର୍ମା କହିଛନ୍ତି, “୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କୋୱିନ ଦ୍ୱାରା ଜାନୁଆରୀ ୧ରୁ ଟିକା ପାଇଁ ନିଜ ନାଁ ପଞ୍ଜୀକରଣ କରିପାରିବେ। ଆମେ ଏହି ଆପ୍‌ରେ ଅତିରିକ୍ତ ସ୍ଲଟ ଭାବେ ଆଇଡି କାର୍ଡ ପଞ୍ଜୀକରଣ ବ୍ୟବସ୍ଥା କରିଛୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ନିଜ ଆଇଡି କାର୍ଡ ବ୍ୟବହାର କରି ଟିକା ପାଇଁ ପଞ୍ଜୀକରଣ କରିପାରିବେ। କାରଣ ସବୁ ପିଲାମାନଙ୍କ ପାଖରେ ଆଧାର କିମ୍ବା ଅନ୍ୟ କାର୍ଡ ନାହିଁ। ତେଣୁ କୋୱିନ ପ୍ଲାଟଫର୍ମରେ ଆଇଡି କାର୍ଡର ବିକଳ୍ପ ରଖାଯାଇଛି। ଏହାକୁ ସେମାନେ ବେଶ ଆରାମରେ ବ୍ୟବହାର କରି ଟିକା ପାଇଁ ସ୍ଲଟ ବୁକ କରିପାରିବେ।”

ସୂଚନାଥାଉକି, ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦିଆଯିବ। କାରଣ ଡିସିଜିଆଇ କିଛି ଦିନ ତଳେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

Leave A Reply

Your email address will not be published.