Odisha Link
Bridging the Missing Links in Odisha

ଓଡ଼ିଶାରେ ବାହାରିଲେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ, ମୋଟ ୮

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଚିନ୍ତା। ଏସବୁ ମଧ୍ୟରେ ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ। ରାଜ୍ୟରେ ମୋଟ ୮କୁ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି।

ରାଜ୍ୟରେ ପ୍ରଥମ ଭାବେ ଚିହ୍ନଟ ହୋଇଥିବା ୨ ଓମିକ୍ରନ୍‌ ଆକ୍ରାନ୍ତ। ଜଣେ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ । ପରେ ଗତ ୨୩ ତାରିଖ ଦିନ ଆଉ ୨ଜଣ ଚିହ୍ନଟ ହୋଇଥିଲେ। ତେବେ ୨୩ରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ଭଉଣୀ ନାଇଜେରିଆରୁ ଫେରିଥିଲେ । ଏହାପରେ ସେମାନଙ୍କ ଟେଷ୍ଟ କରାଯାଇଥିଲା। ସେଥିରେ ସେ କରୋନାର ଓମିକ୍ରନ୍‌ ଭାରିୟାଣ୍ଟରେ ସଂକ୍ରମିତ ଥିବା ଜଣାପଡିଥିଲା। ଏହାପରେ ତୁରନ୍ତ ତାଙ୍କ ବାପା-ମାଆ ଓ ଡ୍ରାଇଭରଙ୍କର ଟେଷ୍ଟ ହୋଇଥିଲା। ଏଥିରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ଏପଟେ ଆଜି ରାଜ୍ୟରୁ ଆଉ ୪ଜଣ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାପରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଲାଣି । ଆଗାମୀ ଦିନରେ ନୂତନ ବର୍ଷ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ଜମିବାର ରହିଛି । ଏଠାରୁ ମଧ୍ୟ ସଂକ୍ରମଣ ବଢିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଖବର ଅନୁଯାୟୀ, ରାଜ୍ୟରେ ଏବେ ଯାଏଁ ୮ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ପର୍ଯ୍ୟାୟ ୪ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୪ଜଣ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ୮ରେ ପହଞ୍ଚିଛି ମୋଟ ଓମିକ୍ରନ୍‌ ସଂଖ୍ୟା।

Leave A Reply

Your email address will not be published.