Odisha Link
Bridging the Missing Links in Odisha

ଖାକିରେ କଳଙ୍କ, ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପୋଲିସ କନେଷ୍ଟବଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୨୮ ବର୍ଷିୟ ମହିଳା। ମହିଳାଙ୍କ ଏଭଳି ଅଭିଯୋଗ ପରେ ଉତ୍ତରପ୍ରଦେଶ ମୋରାଦାବାଦ ପୁଲିସ ଜଣେ ୩୧ ବର୍ଷିୟ କେଷ୍ଟବଳଙ୍କ ବିରେଧାରେ କରିଛି ମାମଲା ରୁଜୁ।

ପୀଡ଼ିତାଙ୍କ ଅଭଯୋଗ ଅନୁଯାୟୀ, ୨ ବର୍ଷ ହେଲା କନେଷ୍ଟବଳ ଜଣଙ୍କ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ତାଙ୍କୁ ପୁଲିସ ବାବୁଜଣଙ୍କ ଏକ ଅପହରଣ ମାମଲାରେ ପଚରାଉଚରା ନାଁରେ ପ୍ରଥମ ଥର ଗନ୍ ପଏଣ୍ଟରେ ଦୁଷ୍କର୍ମ କରିଥିଲେ। ତେବେ ସେତେବେଳେ ସେ ଅଭିଯୋଗ କରିନଥିଲେ। କାରଣ ପୁଲିସ ବାବୁଜଣଙ୍କ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିବାହ ନାଁରେ ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ପୀଡ଼ିତାଜଣକ ଆହୁରି କହିଛନ୍ତି ଯେ, କିଛିଦିନ ଯିବାପରେ ପୁଲିସ କର୍ମଚାରୀ ଜଣକ ବିବାହିତ ଓ ତାଙ୍କର ପୁଅଟିଏ ଅଛି ବୋାଲି ଜାଣିଥିଲି। ଏନେଇ ପଚାାରିବାରୁ ହତ୍ୟା ଧମକ ଦେଇଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି।

ମହିଳାଙ୍କ ଏପରି ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଇଛି। ଏପରିକି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରି ସୂଚନା ଦେଇଛନ୍ତି।

Leave A Reply

Your email address will not be published.