ଅପହରଣ ନୁହେଁ ଦୁର୍ଘଟଣା, ମିଳିଲା ୪ ନିଖୋଜଙ୍କ ମୃତଶରୀର
ନିଖୋଜଙ୍କ ମୃତ ଦେହ ରାସ୍ତା କଡରେ ଥିବା କୂଅ ଭିତରୁ ମିଳିଥିବା କାର ଭିତରୁ ମିଳିଲା

ଓଏଲ୍ ବ୍ୟୁରୋ : ବିବାହ ଭୋଜି ପରେ ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଥିବା ବ୍ୟକ୍ତିଙ୍କ ମିଳିଲା ମୃତ ଦେହ। ଉମରକୋଟରେ ବାହାଘର ଭୋଜି ଖାଇ ଫେରିବା ବେଳେ ୪ ଜଣ ବ୍ୟକ୍ତି ନିଖୋଜ ଥିଲେ। ଏହି ନିଖୋଜ ଘଟଣାକୁ ନେଇ ଅପହରଣ ଅଭିଯୋଗ ହୋଇଥିବାବେଳେ ମିଳିଲା ମୃତଶରୀର।
ନିଖୋଜଙ୍କ ମୃତ ଦେହ ରାସ୍ତା କଡରେ ଥିବା କୂଅ ଭିତରୁ ମିଳିଥିବା କାର୍ ଭିତରୁ ମିଳିଲା। ସପନ ସରକାରଙ୍କ ପରିବାର ନିଖୋଜ ଘଟଣାକୁ ନେଇ ଅନେକ ପ୍ରକାର ଘଟଣା ସନ୍ଦେହ କରାଯାଉଥିବାବେଳେ ତେବେ ନିକଟ ରାସ୍ତା ପାଖରେ ଥିବା ପରିତ୍ୟକ୍ତ କୂଅରେ କାର୍ ପଡିଯାଇଥିବା ସନ୍ଦେହ କରାଯାଇଥିଲା। ସେଠାକାର ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ କୂଅ ଭିତରୁ କାରକୁ ଉଦ୍ଧାର କରିଛନ୍ତି। କାର୍ ଟାୟାର ଫାଟିଯିବାରୁ କାରଟି କୂଅ ଭିତରେ ପଶିଯାଇଥିବା ଅନୁମାନ କରି କୂଅରୁ ପାଣି ଖାଲି କରାଯାଇଥିବାବେଳେ ବର୍ତ୍ତମାନ କାରଟି ଉଦ୍ଧାର କରାଯିବା ପରେ, ଅପହରଣ ହୋଇ ନିଖୋଜ ଥିବା ୪ ଜଣଙ୍କର ମୃତ ଦେହ କର ଭିତରୁ ମିଳିଛି ।