Odisha Link
Bridging the Missing Links in Odisha

ସରୁଛି ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି

ଆସନ୍ତାକାଲି କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଲିପାରେ ଗୁମର। ୭ ଦିନିଆ ରିମାଣ୍ଡର ଆଜି ଶେଷ ଦିନ। ଇଡି ଜେରାର ସାମ୍ନା ଆସିପାରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର। ଆସନ୍ତାକାଲି କୋର୍ଟରେ ହାଜର ହେବେ ଅର୍ଚ୍ଚନା। ସୂଚନା ଅନୁସାରେ ଇଡିକୁ ତଦନ୍ତ ନେଇ ସହଯୋଗ କରିନାହାନ୍ତି ଅର୍ଚ୍ଚନା।

ପୂର୍ବରୁ କିନ୍ତୁ ଅର୍ଚ୍ଚନା ଗଣମାଧ୍ୟମ ସାମ୍ନାରେ ବୟାନ ଦେଇ କହିଥିଲେ ଇଡିକୁ ତଦନ୍ତରେ ସମ୍ପୂର୍ଣ ସହଯୋଗ କରିବେ। ଏହାସହିତ ଅନେକ ତଥ୍ୟ ତାଙ୍କ ପାଖେ ଅଛି ବୋଲି କହିବା ସହ ୩୦ ମିନିଟ ସମୟ ଦରକାର ତାଙ୍କୁ ସବୁ ସତ କହିବା ପାଇଁ ବୋଲି ସେ ମତ ପ୍ରକାଶ କରିଥିଲେ। ପୂର୍ବରୁ ଅନୁମାନ କରାଯାଉଥିଲା ଇଡି ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କ ମୁହଁରୁ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାର ପୁରା କଥା ଆଦାୟ କରିବ। ଘଟଣାରେ ସଂପୃକ୍ତ ଅନେକ ବଡବଡିଆଙ୍କ ଚେହେରା ସାମ୍ନାକୁ ଆସିବ। ହେଲେ ବର୍ତ୍ତମାନ ସୁଦ୍ଧା ଯାହା ଅନୁମାନ କରାଯାଉଛି ଇଡିର ଜେରା ପରେ ମଧ୍ୟ ସେପରି କିଛି ହୋଇନାହିଁ। ତେବେ ଇଡି ଅର୍ଚ୍ଚନାଙ୍କୁ ନେଇଥିବା ୭ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେଲାପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରେ।

Leave A Reply

Your email address will not be published.