Odisha Link
Bridging the Missing Links in Odisha

ଶପଥ ନେଲେ ବର୍ଷା ସିଂ ବରିହା

ବାଚସ୍ପତିଙ୍କ ଉପସ୍ତିତିରେ ବିଧାନସଭାରେ ଶପଥ ପାଠ କଲେ ବର୍ଷା

ଓଏଲ୍ ବ୍ୟୁରୋ : ନୂତନ ବିଧାୟିକା ଭାବେ ଶପଥ ନେଲେ ପଦ୍ମପୁର ଉପନିର୍ବାଚନରେ ବାଜିମାତ କରିଥିବା ବିଜେଡିର ବର୍ଷା ସିଂ ବରିହା। ବାଚସ୍ପତିଙ୍କ ଉପସ୍ତିତିରେ ବିଧାନସଭାରେ ଶପଥ ପାଠ କଲେ ବର୍ଷା। ବିଜେଡିର ଅନେକ ବିଧାୟକଙ୍କ ଗହଣରେ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା। ବିଜେଡିର ଅନେକ ବିଧାୟକଙ୍କ ଗହଣରେ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା।

ବିଜେଡିର ବର୍ଷା ସିଂ ବରିହା ପଦ୍ମପୁର ଉପନିର୍ବାଚନରେ ୪୨ ହଜାରରୁ ଅଧିକ ଭୋଟରେ ବିଜେପିର ପ୍ରଦୀପ ପୁରୋହିତଙ୍କୁ ପରାଜିତ କରି ନୂତନ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ନିର୍ବାଚନୀ ମଣ୍ଡଳୀର ବିଧାୟକ ଥିଲେ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା। ତାଙ୍କ ମୃତ୍ୟ ପରେ ଉପନିର୍ବାଚନ ହୋଇଥିବାବେଳେ ବିଜେଡି ବର୍ଷାଙ୍କୁ ପ୍ରାର୍ଥୀ କରିଥିଲା। ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ପଦ୍ମପୁର ଉପନିର୍ବାଚନରେ ହରାଇ ବାଜିମାତ କରିଛନ୍ତି ବର୍ଷା।

Leave A Reply

Your email address will not be published.