Odisha Link
Bridging the Missing Links in Odisha

ସମ୍ବଲପୁରରେ ଓକିଲ-ପୁଲିସ ଧସ୍ତାଧସ୍ତି 

ହାଇକୋର୍ଟର ଚେତାବନୀ ସତ୍ୱେ ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାର ଦେଇଛନ୍ତି ଚେତାବନୀ ଓକିଲସଙ୍ଘ।

ଓଏଲ୍ ବ୍ୟୁରୋ : ପୁଣିଥରେ ସାମ୍ନାସାମ୍ନି ହେଲେ ଓକିଲ ଓ ପୁଲିସ। ସମ୍ବଲପୁର କଚେରୀ ଛକରେ ଚାଲିଛି ଜୋରଦାର ଆନ୍ଦୋଳନ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଓକିଲମାନେ ସମ୍ବଲପୁର କଚେରୀ ଛକରେ ପୁଣିଥରେ ଆନ୍ଦୋଳନ କରୁଛନ୍ତି। ବିଭିନ୍ନ ସଂଗଠନ ଓକିଲମାନଙ୍କ ଆନ୍ଦୋଳନରେ  ଯୋଗଦାନ କରିଛି। କିନ୍ନର ସଂଘ ଆନ୍ଦୋଳନରେ ମଧ୍ୟ ସାମିଲ।

ହାଇକୋର୍ଟର ଚେତାବନୀ ସତ୍ୱେ ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାର ଦେଇଛନ୍ତି ଚେତାବନୀ ଓକିଲସଙ୍ଘ। ଏହି ଗଣ୍ଡଗୋଳ ମଧ୍ୟରେ ଆଇନଜୀବୀ ମାନେ ମତ ରଖିଛନ୍ତି ଯେ କୌଣସି ଷଡଯନ୍ତ୍ର ସଫଳ ହେବ ନାହିଁ ଏବଂ ଦାବି ପୁରଣ ନହେବାଯାଏଁ ଆନ୍ଦୋଳନ ଜାରି ରହିବ।  ଆଗକୁ ଏହି ଆନ୍ଦୋଳନରେ ଆହୁରି ଲୋକ ସାମିଲ ହେବ ସହ ଷଡଯନ୍ତ୍ର ବିରୋଧରେ ସ୍ୱର ଉଠାଇବେ। ଆଜି ଏହି ଆନ୍ଦୋଳନରେ ସାଧାରଣ ଲୋକ ଯୋଗ ଦେଇଛନ୍ତି ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆହୁରି ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଓକିଲସଂଘ।

Leave A Reply

Your email address will not be published.