ବାହାଘର ଭୋଜିରୁ ଫେରିବାବେଳେ, ୪ ଅପହରଣ ଅଭିଯୋଗ
ଛତିଶଗଡର କାଁକେରାକୁ ଭୋଜି ଖାଇବା ପାଇଁ ଯାଇଥିଲେ ଗତ ୧୦ ତାରିଖରେ ସପନ ସରକାର।
ଓଏଲ୍ ବ୍ୟୁରୋ : ବାହାଘର ଭୋଜି ଖାଇବାକୁ ଯାଇଥିଲେ ହେଲେ ଫେରିଲେଣି ଘରକୁ। ୪ଜଣ ବ୍ୟକ୍ତି ନିଖୋଜ ଘଟଣା। ଘଟଣାଟି ଉମରକୋଟ ସହରରୁ ସାମ୍ନାକୁ ଆସିଥିବାବେଳେ ସପନ ସରକାରଙ୍କ ସହ ଆଉ ୩ ମିଳୁନଥିବା ଅଭିଯୋଗ।
ବାହାଘର ଭୋଜିରେ ଉପସ୍ଥିତ ହେବାକୁ ଯାଇଥିଲେ ଉମରକୋଟ ସହର ସପନ ସରକାରଙ୍କ ସହ ତାଙ୍କ ସ୍ତ୍ରୀ , ଶାଳକ ଓ ପଡୋଶୀ। ଛତିଶଗଡର କାଁକେରାକୁ ଭୋଜି ଖାଇବା ପାଇଁ ଯାଇଥିଲେ ଗତ ୧୦ ତାରିଖରେ ସପନ ସରକାର। ବାହାଘର ଭୋଜି ସାରି ଶନିବାର ୧୦.୩୦ରେ ସପନ ସରକାରଙ୍କ ପରିବାର ଲୋକେ ଗାଁ ଅଭିମୁଖେ ଯାତ୍ରା କରିଥିଲେ। ପରେ ସପନ ସରକାର ଘରେ ପହଂଚି ନ ଥିବାରୁ ତାଙ୍କ ପୁଅ ଖୋଜାଖୋଜି କରିବା ସହ ଫୋନ ମଧ୍ୟ କରିଥିଲେ କିନ୍ତୁ ଯୋଗାଯୋଗ ହୋଇପାରିନଥିଲା। ଯୋଗାଯୋଗ ନହେବାରୁ ପୁଅ ଥାନାରେ ଏତଲା ଦେଇଥିଲେ। ଉମରକୋଟର IIC ଦୀପକ କୁମାର ଏତଲା ଅନୁସାରେ ତଦନ୍ତ ଆରମ୍ଭ କରିଛନ୍ତି।