Odisha Link
Bridging the Missing Links in Odisha

ଶେଷ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଚଳିତ ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍‌ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ସେହିପରି ସିରିଜ ହାରିଥିବା ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ କରିବ।

ଭାରତୀୟ ଦଳ ପୂର୍ବ ଅପରିବର୍ତ୍ତିତ ଏକାଦଶକୁ ନେଇ ସିରିଜ୍‌ କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ରଖିଛି। ସେହିପରି ଶ୍ରୀଲଙ୍କା ଦଳ ୨ ଟି ପରିବର୍ତ୍ତନ ସହ ମ୍ୟାଚ୍‌ ଜିତିବାକୁ ପଡ଼ିଆକୁ ଓହ୍ଲାଇଛି।

ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର୍‌, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ

ଶ୍ରୀଲଙ୍କା ଏକାଦଶ: ଅଭିଷ୍କା ଫର୍ଣ୍ଣାଣ୍ଡୋ, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ନୁୱାନିନ୍ଦୁ ଫର୍ଣ୍ଣାଣ୍ଡୋ,ଚରିତ ଅସଲଙ୍କା, ଆସେନ ବନ୍ଦରା, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଜେଫ୍ରି ଭଣ୍ଡାର୍ସେ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଲାହିରୁ କୁମାରା।